ଅଡ଼ିଓ ଟେପ୍‌ ଜାରି କଲେ ମାଓ ନେତା, ପ୍ରତିଶୋଧ ଚେତାବନୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଡୁଡ଼୍‌କାମାଲ ଏନ୍‌କାଉଣ୍ଟରରେ  ପ୍ରତିଶୋଧ ନେବାକୁ ଲାଲ୍‌ବାହିନୀର ଚେତାବନୀ। ଏନେଇ ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ବସନ୍ତ ନାମକ ମାଓନେତାଙ୍କ ପକ୍ଷରୁ ଏହି ଅଡିଓ ଟେପ୍ ଜାରି କରାଯାଇଛି।

ପୋଲିସ  ଏନ୍‌କାଉଣ୍ଟର କରି  ୨ ମାଓ କ୍ୟାଡରଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନିଆଯିବ ବୋଲି ବସନ୍ତ ଧମକ ଦେଇଛନ୍ତି। ପୋଲିସ ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର କରୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମେ’ ୧୨ ତାରିଖରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ଏନ୍‌କାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଥିଲେ। ସେମାନେ ହେଲେ ଡିଭିଜିନାଲ କମିଟି ମେମ୍ବର ସଞ୍ଜୀବ ଓ ଏରିଆ କମିଟି ମେମ୍ବର ରାକେଶ।

ସଞ୍ଜୀବ ନାଁରେ ୫ ଲକ୍ଷ ଓ ରାକେଶ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେମାନଙ୍କଠାରୁ ଗୋଟିଏ AK-47 ଓ ଗୋଟିଏ ଇନସାନ୍ ରାଇଫଲ୍ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

You might also like