କଂଗ୍ରେସରେ ଯୋଗଦେଲେ ମାଓବାଦୀ ନେତା ସବ୍ୟସାଚୀଙ୍କ ପତ୍ନୀ ମିଲି ପଣ୍ଡା

ଭୁବନେଶ୍ୱର: କଂଗ୍ରେସରେ ସାମିଲ ହେଲେ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀ ଏବଂ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ସ୍ତ୍ରୀ ଶୁଭଶ୍ରୀ ଓରଫ ମିଲି ପଣ୍ଡା।

ଗତକାଲି ଏକ ବିଶାଳ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ କଂଗ୍ରେସ ଭବନରେ ପହଞ୍ଚି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ କଂଗ୍ରେସରେ ଯୋଗ ଦେଇଥିଲେ।

୨୦୧୪ ସାଧାରଣ ନିର୍ବାଚନରେ ମିଲି ରଣପୁର ନିର୍ବାଚନମଣ୍ଡଳୀରୁ ଆମ ଓଡ଼ିଶା ଦଳର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ତେବେ ଆମ ଓଡ଼ିଶା ଦଳ ବିଜେଡିରେ ମିଶିବା ପରେ ମିଲି ପଣ୍ଡା କେଉଁ ଦଳରେ ମିଶିବେ ସେନେଇ ଚର୍ଚ୍ଚା ଜୋର ଧରିଥିଲା।

You might also like