ଏନ୍କାଉଣ୍ଟରରେ ଜଣେ ମାଓବାଦୀ ମୃତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି।
କୋଲେପାଲ ଜଙ୍ଗଲରେ ପୁଲିସ୍ ଏନ୍କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ପୁଲିସ୍ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।
ଏହି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍ କରି ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ଷଡଯନ୍ତ୍ର କରୁଥିଲେ। ଏନେଇ ପୁଲିସ୍ ଖବର ପାଇ ଚଢ଼ଉ କରିଥିଲା।
ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍ ଗୁଳିବିନିମୟ ହୋଇଥିଲା। ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ।