ମାଓବାଦୀ କ୍ୟାମ୍ପ ଠାବ

ରାଉରକେଲା : ରାଉରକେଲା ଚାନ୍ଦିପୋଷ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ। ଏଥିସହ କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି, ବୋମା ଓ ମାଓ ସାମଗ୍ରୀ ଜବତ ହୋଇଛି। ଆଜି ଭୋରୁ ରାଉରକେଲା ପୋଲିସ ଓ ସିଆରପିଏଫ ମିଳିତ ଭାବେ ଚାନ୍ଦିପୋଷ ଥାନା ଚମ୍ପାଝରନ ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ।

ଏହି କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀଙ୍କ ସହ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ମାଓ ଡିଭିଜନର ଏରିଆ କମାଣ୍ଡର ଅନମୋଲ ଉପସ୍ଥିତ ଥିଲେ। ଚଢାଉ ପୂର୍ବରୁ ମାଓବାଦୀମାନେ ଘଟଣାସ୍ଥଳରୁ ଖସିଯାଇଥିବା ବେଳେ ସେଠାରୁ ୪ଟି କେନ ବୋମା, ବହୁ ବିସ୍ଫୋରକ ସାମଗ୍ରୀ, ମାଓ ପୁସ୍ତିକା ଆଦି ଜବତ ହୋଇଛି।  ଘଟଣା ପରେ ଚାନ୍ଦିପୋଷ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

 

You might also like