ମୁମ୍ବାଇରେ ଜାରି ରହିଛି ବର୍ଷା

ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ୍ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ । ଲଗାତାର ପଞ୍ଚମ ଦିନ ପାଇଁ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି।  କଲିନା, ଚେମ୍ବୁର ଓ ମାଙ୍କୁଡ୍ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଅଞ୍ଚଳର ଶତାଧିକ ଘର ଭିତରେ ପାଣି ପଶିଯାଇଛି।

ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ଚାରୋଟିବ୍ରିଜ୍ ନିକଟରେ ବର୍ଷାରେ ନିୟନ୍ତ୍ରଣ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା ୮୬୪. ୫ ମିଲିମିଟରବର୍ଷା ରେକର୍ଡ କରାଯାଇଛି।  ବର୍ଷା ଯୋଗୁଁ ପଶ୍ଚିମ ରେଲୱେର ୧୫୦ ଟ୍ରେନ୍ ଏବଂ କେନ୍ଦ୍ରୀୟ ରେଲୱେର ୧୨୭ଟି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆସନ୍ତା ୩ ଦିନ ଧରି ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ସେପଟେ ମୁମ୍ବାଇରେ ଥିବା ଓଡିଶା ଭବନରେ ମଧ୍ୟ ବର୍ଷାର ପ୍ରଭାବ ପଡିଛି। ଲଗାଣ ବର୍ଷା ଫଳରେ ଓଡିଶା ଭବନରେ ଥିବା ଓଡିଆ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି। ବର୍ଷା ଫଳରେ ଓଡିଶା ଭବନରେ ଲିଫ୍ଟରେ ପୁରା ପାଣି ଜମିଯାଇଥିବାର ଦେଖିବାକୁ ମିଳିଛି।

ତେବେ ଗତ ଦୁଇ ମାସ ତଳେ ଓଡିଶା ଭବନର ମରାମତି କରାଯାଇଥିଲା । ହେଲେ ଏବେ ବର୍ଷା ଫଳରେ ସ୍ଥିତି ବେହାଲ।

 

You might also like
Comments
Loading...