ବିମାନ ଦୁର୍ଘଟଣାରେ ୨୫୭ ସେନା ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଲଜେରିଆରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୫୭ ଜଣ ସେନା ଯବାନଙ୍କର ମୃତ୍ୟୁ ହୋଇଛି। ଅଲଜେରିସର ବୋଫରିକ୍ ମିଲିଟାରୀ ବେସରୁ ବିମାନଟି ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ବନ୍ଦରରୁ ପ୍ରାୟ ୩୦ କିଲୋମିଟର ଦୂରରେ ଏକ ଚାଷ ଜମିରେ ଯାଇ ପଡ଼ିଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।

ଏହି ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ କରାଯାଇଥିବା ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।  ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ମଧ୍ୟ ଆଶଙ୍କା କରାଯାଉଛି।

You might also like
Comments
Loading...