ଲଗାଣ ବର୍ଷାରେ ପାରାଦୀପ ସହର ବେହାଲ

ପାରାଦୀପ: ଲଗାଣ ବର୍ଷାରେ ପାରଦୀପ ସହର ବେହାଲ। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ନୂଆ ବଜାର, ମଧୁବନ, ବଡ଼ପଡ଼ିଆ, ବୃନ୍ଦାବନ କଲୋନୀ, ଜିଜେଏଆଇ କଲୋନୀ, ଭୂୟାଁ ଛକ ଅଞ୍ଚଳ ଜଳମଗ୍ନ ହୋଇଛି। ନୂଆଗଡ ପଞ୍ଚାୟତର ମୂଷାଢିଆ ଗାଁରେ ବର୍ଷା ପାଣି ଘରେ ପଶିଯାଇଥିବା ଦେଖିବାକୁ ମିଳିଛି।

ସେହିପରି ପାରାଦୀପ ଗଡ ପଞ୍ଚାୟତରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି ପଞ୍ଚାୟତର ୮ଟି ୱାର୍ଡ ସଂପୂର୍ଣ୍ଣ ବର୍ଷା ପାଣି ଘେରରେ। ତରେଇ ସାହି, ହନୁମନ୍ତ ପଡା, ଲୋକନାଥ ପଡା, ଝୁଡି ବାଲା ବସ୍ତି, ବେଲାରି ସାହି ପ୍ରଭୃତି ସ୍ଥାନରେ ବର୍ଷା ଜଳ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଫଳରେ ତଳିଆ ଅଞ୍ଚଳର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି।

You might also like