ଲାଇବ୍ରେରୀକୁ ୩,୫୦୦ ବହି ଦାନ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ଚଣ୍ଡିଗଡ଼: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପଞ୍ଜାବ ୟୁନିଭର୍ସିଟିକୁ ୩,୫୦୦ ବହି ଦାନ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଲାଇବ୍ରେରୀରୁ ପଞ୍ଜାବ ୟୁନିଭର୍ସିଟିକୁ ଏହି ବହି ସବୁ ଦାନ କରିଛନ୍ତି। ବୁଧବାର ପଞ୍ଜାବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନମୋହନ ସିଂହ ୧୯୫୦ ମସିହାରେ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ। ଏହାପରେ ସେହିଠାରେ ଅର୍ଥଶାସ୍ତ୍ର ବିଭାଗରେ ଅଧ୍ୟାପନା କଲେ। ମାତ୍ର ୩୨ ବର୍ଷ ବୟସରେ ଫ୍ରଫେସର ପଦକୁ ଉନ୍ନୀତ ହୋଇ ସେଠାରେ ୧୯୬୦ ମସିହା ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ।

ଖୁବଶୀଘ୍ର ବହିଗୁଡ଼ିକ ଦିଲ୍ଲୀରୁ ବିଶ୍ୱବିଦ୍ୟାଳୟକୁ ଅଣାଯିବାର ବ୍ୟବସ୍ଥା କରାଯିବ। ଖାଲି ବହି ନୁହେଁ ମନମୋହନଙ୍କ କିଛି ଫଟୋ ଓ ପେଣ୍ଟିଂ ମଧ୍ୟ ଦିଲ୍ଲୀରୁ ଅଣାଯିବ। ଏହି ସବୁ ଜିନିଷକୁ ବିଶ୍ୱବିଦ୍ୟାଳୟର ତେଜ ବାହାଦୁର ଭବନରେ ରଖାଯିବ ବୋଲି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ।

You might also like
Comments
Loading...