ମଣିକର୍ଣ୍ଣିକା – ଦି କ୍ୱିନ୍ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ୍

ମୁମ୍ବାଇ:  ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଅାଧାରିତ ସିନେମା ମଣିକର୍ଣ୍ଣିକା ଦି କ୍ୱିନ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିରେ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅାସୁଛନ୍ତି ବଲିଉଡ କ୍ୱିନ କଙ୍ଗନା ରାଣାୱତ୍‌ I ଏହି ସିନେମାର ସୁଟିଂ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି I ଏହାର ଫାଷ୍ଟଲୁକରେ କଙ୍ଗନା ମହାରାଣୀ ଲକ୍ଷ୍ମୀବାଇଙ୍କ ପାରମ୍ପରିକ ପୋଷାକରେ ନଜର ଅାସୁଛନ୍ତି I

ରାଣୀ ଲକ୍ଷ୍ମୀବାଇଙ୍କ ଭଲି ଯୋଦ୍ଧା ଇତିହାସରେ ବିରଳ I ବ୍ରିଟିଶ ଶାସକଙ୍କ ନିଦ ହଜାଇ ଦେଇଥିଲେ ମହାରାଣୀ ଲକ୍ଷ୍ମୀବାଇ I ୧୮୮୫ ମସିହା ଜୁନ୍ ୧୮ ରେ ଇଂରେଜଙ୍କ ସହ ଲଢି ମହାରାଣୀ ଲକ୍ଷ୍ମୀବାଇଙ୍କ ମୃତ୍ୟୁ ହୋଇଥିଲା I

ଗତ ବର୍ଷ ମେ ୫ରେ ବାରାଣସୀରେ ଏହି ଫିଲ୍ମ ସୁଟିଂ ଆରମ୍ଭ ହୋଇଥିଲା I କଙ୍ଗନା ଏହି ଭୂମିକା ପାଇଁ ଅନେକ କଷ୍ଟ କରିଛନ୍ତି I ଏହି ଫିଲ୍ମର ଅନେକ ଅାକ୍ସନ କଙ୍ଗନା ନିଜେ କରିଛନ୍ତି I ପିଲ୍ମ ସୁଟିଂରେ କଙ୍ଗନା ମୁଣ୍ଡରେ ପଗଡ଼ି ବାନ୍ଧି ଖଣ୍ଡା ଚଳାଉଥିବାର ଦେଖିବାକୁ ମିଳିଥିଲା I ଚଳିତ ବର୍ଷ ଶେଷ ଅାଡକୁ ଏହି ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଛି I

You might also like