‘ଦ ମାସିଭ୍ ଆର୍ଥ ସମିତି-୨୦୧୮’ ଉଦ୍ଦେଶ୍ୟରେ ମାନସଙ୍କ ବାଲୁକାକଳା

ପୁରୀ: ପରିବେଶ ସୁରକ୍ଷା ନେଇ ଦିଲ୍ଲୀରେ ହେବାକୁ ଥିବା ‘ଦ ମାସିଭ୍ ଆର୍ଥ ସମିତି-୨୦୧୮’ ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାମୂର୍ତ୍ତି ନିର୍ମାଣ କରିଛନ୍ତି। ପ୍ରଦୂଷଣ ମୁକ୍ତ ସୁସ୍ଥ ପରିବେଶ ଗଠନ ସହ ଆବର୍ଜନାକୁ କିଭଳି ବ୍ୟବହାରଯୋଗ୍ୟ କରାଯାଇପାରିବ ସେ ନେଇ ତାଙ୍କ ବାଲୁକାକଳାରେ ବାର୍ତ୍ତା ଦେଇଛନ୍ତି ମାନସ। ୨୦ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା ମୂର୍ତ୍ତି ନିର୍ମାଣ କରିବା ପାଇଁ  ୭ ଘଣ୍ଟା ସମୟ ଲାଗିଥିବା ବେଳେ ୨୦ ଟନ୍ ବାଲି ବ୍ୟବହାର ହୋଇଥିଲା।

 

You might also like