ମୋନା ଟ୍ରଷ୍ଟ ଓ ପାଣ୍ଡିଆନଙ୍କ ବିରୋଧରେ କୋର୍ଟ ଯାଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ

ବ୍ରହ୍ମପୁର: ମାନା ଟ୍ରଷ୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ମାମଲା ପ୍ରତ୍ୟାହାର ପାଇଁ ମୋବାଇଲ୍‌ରେ ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ ତଥା ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ।

ଆଜି ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ବିନା କାରଣରେ ଘରେ ପଶି ପୋଲିସ ତଦନ୍ତ କରୁଛି। ମାମଲା ନହଟାଇଲେ ଏନ୍‌ଏସ୍‌ଏରେ ବୁକ୍ କରିବାକୁ ଧମକ ଦିଆଯାଉଛି।”

ଏପରି ଧମକ ମିଳିବା ପରେ ସୁରେନ୍ଦ୍ର ପୋଲିସ ସୁରକ୍ଷା ଲୋଡ଼ିଛନ୍ତି।

ମାନା ଟ୍ରଷ୍ଟ ନାମକ ଏକ ସଂସ୍ଥାକୁ ବିନା ଟେଣ୍ଡରରେ ଆହାର ଓ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟିତ୍ୱ ଦିଆଯିବା ଅଭିଯୋଗ ନେଇ ପାଣ୍ଡିଆନଙ୍କ ସହ ଅନ୍ୟ ୯ ଜଣଙ୍କ ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା। ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ୨୦୧୦ରେ ମାନା ଟ୍ରଷ୍ଟ ନାମକ ହାଇଦ୍ରାବାଦର ଏକ ସଂସ୍ଥାକୁ ବିନା ଟେଣ୍ଡରରେ ଗଞ୍ଜାମ ସମେତ ୧୭ଟି ଜିଲ୍ଲାରେ ଆହାର ଓ ୩ଟି ଜିଲ୍ଲାରେ ମଧ୍ୟାହ୍ନ ଭୋଜନ-ଏମଡିଏମ୍ ଯୋଗାଣ ଦାୟିତ୍ୱ ଦିଆଯାଇଥିବା ନେଇ ଦର୍ଶାଇଥିଲେ ଆବେଦନକାରୀ। ତେବେ ଏନେଇ ସ୍ଥାନୀୟ ପୋଲିସ କିମ୍ବା ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like