ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

କଟକ : କଟକ ଆଠଗଡ ଅଞ୍ଚଳରେ ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ତିଗିରିଆ ଶାଳିଜଙ୍ଗା ଗାଁର ଶ୍ୟାମସୁନ୍ଦର ମହାନ୍ତି।

ଆଜି ସକାଳୁ ଶ୍ୟାମସୁନ୍ଦର ବିଲକୁ ବାଇଗଣ ତୋଳିବାକୁ ଯାଇଥିଲେ। ଏହି ସମୟରେ ଦନ୍ତା ହାତୀଟି ବିଲ ଆଡକୁ ଆସୁଥିବା ଦେଖି ଆଖପାଖରେ କାମ କରୁଥିବା ଲୋକେ ଦୌଡିବାକୁ ଲାଗିଥିଲେ। ଦନ୍ତାଟି ଶ୍ୟାମସୁନ୍ଦରକୁ ଦଳିଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଏପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ସ୍ଥାନୀୟ ଲୋକେ। ସେପଟେ ହାତୀକୁ ଘଉଡାଇବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ରେଂଜର।

You might also like