ସଫା କରିବାକୁ ଯାଇ ପାଇପ୍‌ ଭିତରେ ଫସିଗଲେ

କଟକ: ପାଇପ୍ ଭିତରେ ଫସି ଗଲେ ଜଣେ ବ୍ୟକ୍ତି। କଟକ ଚହଟା ବଜାର ସ୍ଥିତ ଓଡ଼ିଶା ପୋଲିସ ସିଗ୍‌ନାଲ୍‌ ମୁଖ୍ୟାଳୟ ନିକଟ ପମ୍ପିଂ ଷ୍ଟେସନ ପାଇପ୍‌ରେ ସ୍ଥାନୀୟ ବାସିନ୍ଦା ଜଣକ ଫସି ରହିଛନ୍ତି।

ସୂଚନା ଅନୁସାରେ ପୋଲିସ କଲୋନୀ ପମ୍ପିଂ ଷ୍ଟେସନ୍ ପାଇପ୍ ଜାମ୍ ହୋଇଥିବାରୁ ତାହାକୁ ସଫା କରିବା ପାଇଁ ପମ୍ପିଂ ଷ୍ଟେସନ୍ କର୍ମଚାରୀ ଜଣକ ଏକ ଛୋଟ ଟାଙ୍କିକୁ ଓହ୍ଲାଇଥିଲେ।  କିନ୍ତୁ ସମ୍ଭବତଃ, ସେହି ସମୟରେ ଅସାବଧାନତା ବଶତଃ ପମ୍ପିଂ ଷ୍ଟେସନ୍‌ର କର୍ମଚାରୀ ପମ୍ପ୍ ଚାଲୁ କରିଦେବା ଫଳରେ ବ୍ୟକ୍ତି ଜଣକ ପାଣି ପ୍ରେସର୍‌ରେ ପାଇପ୍‌ରେ ୨୦-୨୫ ଫୁଟ୍ ଭିତରକୁ ପଶି ଯାଇଥିଲେ।

ପାଇପ୍‌ର ଓସାର ପ୍ରାୟ ଅଢ଼େଇ ଫୁଟ୍ ହୋଇଥିବାରୁ ବ୍ୟକ୍ତି ଜଣକ ବାହାରି ପାରୁନାହାନ୍ତି।  ତାଙ୍କୁ ଉଦ୍ଧାର କରିବାକୁ ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି।  ତେବେ ପାଇପ୍ ଭିତରୁ ବ୍ୟକ୍ତ ଜଣକ କଥା ହେଉଥିବା ସୂଚନା ମିଳିଛି।  ପାଇପ୍ ଭିତରକୁ ଅମ୍ଳଜାନ ଯୋଗାଇ ଦିଆଯାଉଛି  ପ୍ରାୟ ଅଢ଼େଇ ଘଣ୍ଟା ଧରି ପାଇପ୍ ଭିତରେ ବ୍ୟକ୍ତି ଜଣକ ଫସି ରହିଛନ୍ତି।

You might also like