ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଲା ପୁଅ

ମହାରାଷ୍ଟ୍ର : ନିର୍ଦ୍ଦୟ ପୁଅର ଅମାନୁଷିକ କାଣ୍ଡ। ନିଜ ସ୍ୱାର୍ଥ ପାଇଁ ଜନ୍ମ କଲା ମାଆର ଜୀବନକୁ ବାଜି ଲଗାଇଛି ପୁଅ। ବୃଦ୍ଧା ମାଆକୁ ଚଳନ୍ତା ଟ୍ରାକ୍ଟର ସାମ୍ନାକୁ ଫୋପାଡି ଦେଇଛି ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଓ୍ୱାସିମ୍ ସହରରେ। ଯେଉଁଠି ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳର ପରିଣତି ଏହି ବୃଦ୍ଧାଙ୍କୁ ଭୋଗିବାକୁ ପଡ଼ିଛି ।

ସବୁଠୁ ବଡ଼ କଥା ହେଲା, ନିଜ ପୁଅ ହିଁ ତାଙ୍କୁ ଟ୍ରାକ୍ଟର ସମ୍ମୁଖକୁ ଠେଲିଦେଇଛି । ଚାଷ ଜମିକୁ ନେଇ ଓ୍ୱାସିମର ଏହି ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ଥିଲା। ତେବେ ଅନ୍ୟ ଏକ ପରିବାର ଟ୍ରାକ୍ଟର ନେଇ ଚାଷ କରିବା ପାଇଁ ଆସିଥିଲେ। ଆଉ ତାଙ୍କୁ ରୋକିବା ପାଇଁ ନିଜ ମାଆକୁ ଟ୍ରାକ୍ଟର ସମ୍ମୁଖରେ ଶୁଆଇ ଦେଇଥିଲେ ନିର୍ଦ୍ଦୟ ପୁଅମାନେ।

ବହୁବାର ରୋକିବା ପାଇଁ ଚେଷ୍ଟା ହେବା ସତ୍ତ୍ୱେ ଶୁଣି ନଥିଲେ।  ମାମଲାରେ  ମାଲେଗା ପୋଲିସ ବୃଦ୍ଧାଙ୍କ ପୁଅକୁ ଗିରଫ କରିଛି।

You might also like