ଏକେମିତିକା ବାପା? ଝିଅର ହାତଗୋଡ଼ ବାନ୍ଧି ବେକ କାଟିଦେଲା

ବାରିପଦା: କୁହାଯାଏ ଯେ ବାପା-ମାଆଙ୍କ ଭଲପାଇବା ଆଗରେ ସବୁକିଛି ଫିକା ପଡ଼ିଯାଏ । କାରଣ ସନ୍ତାନ ପ୍ରତି ବାପା ହେଉ କି ମାଆ ଉଭୟଙ୍କ ଭଲ ପାଇବା, ତ୍ୟାଗ ଓ ସେହ୍ନ ସଂସାରର ସବୁ କିଛିଠୁ ବହୁ  ଊର୍ଦ୍ଧ୍ୱରେ। ତେବେ ଏ କେମିତିକା ବାପା? ଯିଏ କି ତା’ର ସନ୍ତାନର ହାତଗୋଡ଼ ବାନ୍ଧି ବେକ କାଟିଦେଲା ।

ପଢ଼ନ୍ତୁ ପୂରା ଘଟଣା…

ବାରିପଦା ସହରରେ ଏଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। କୌଣସି ଏକ ଘଟଣାକୁ ନେଇ ସେଥିରେ ଉତ୍ତ୍ୟକ୍ତ ହୋଇ ଜଣେ ବାପା ତା’ର ଝିଅର ହାତଗୋଡ଼ ବାନ୍ଧି ବେକ କାଟି ଦେଇଥିବା ଅଭିଯୋଗ ହୋଇଛି।

ବାରିପଦା ସଦର ଥାନା ଗୋବର୍ଦ୍ଧନଷୋଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଏହି ଘଟଣାର ଅଭିଯୁକ୍ତ ଶନିଆ ଦେହୁରୀକୁ ପୋଲିସ୍‌ ଗିରଫ କରିଛି।

ସୂଚନ ଅନୁସାରେ, ଗତକାଲି ସ୍ତ୍ରୀ ସହ ଗଣ୍ଡଗୋଳ ହେବା ପରେ ଶନିଆ କବାଟ ବନ୍ଦ କରି  ନିଜର ୧୦ ବର୍ଷ ବୟସର ଝିଅକୁ ମାଡ଼ ମାରିବା ପରେ ତା ବେକ କାଟିଦେଇଥିଲା। ଏନେଇ ପଡୋଶୀ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି କବାଟ ଖୋଲିବାପରେ ଝିଅଟିର  ହାତ ଗୋଡ ବନ୍ଧା ହୋଇଥିବା ଏବଂ ବେକ ଧାରୁଆ ଅସ୍ତ୍ରରେ କଟାଯାଇଥିବା ଦେଖିବାକୁ ପାଇଥିଲା। ଅନ୍ୟପକ୍ଷରେ, ପୋଲିସ ଘଟଣାର ତଦନ୍ତ କରୁଛି।

You might also like