ଘଟଗାଁ ତାରିଣୀ ମନ୍ଦିରରେ ଜିଭ କାଟିଲେ ଭକ୍ତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ମନ୍ଦିରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଏହା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ, ଜଣେ ଭକ୍ତ ନିଜର ମାନସିକ ପୂରଣ ନହେବାରୁ ନିଜର ଜିଭ କାଟି ଦେଇଛନ୍ତି।

ଗୁରୁତର ଅବସ୍ଥାରେ ତାଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଭକ୍ତଙ୍କ ନାଁ ଦାଶରଥି ଜେନା। ସେ ମୟୂରଭଂଜ ଠାକୁରମୁଣ୍ଡା ଅଞ୍ଚଳର ବୋଲି ସୂଚନା ମିଳିଛି।

ଆହତ ହୋଇ ଚିକିତ୍ସିତ ହେଉଥିବା ଦାଶରଥି କହିଛନ୍ତି, ମାଆ ତାରିଣୀ ତାଙ୍କର ମାନସିକ ପୂରଣ କରିବେ ବୋଲି ସ୍ୱପ୍ନାଦେଶ କରିଥିଲେ, ହେଲେ କୌଣସି ଇଚ୍ଛା  ତାଙ୍କର ପୂରଣ ହୋଇନଥିଲା। ଏଥିରେ ଅତ୍ୟନ୍ତ ଭାଙ୍ଗିପଡି ଦାଶରଥି ଆଜି ସକାଳେ ତାରିଣୀ ମନ୍ଦିର ଯାଇ ମାଆଙ୍କୁ ପୂଜା କରିଥିଲେ। ତାପରେ ମନ୍ଦିରର ବେଢା ପାଖକୁ ଯାଇ ଏକ ଧାରୁଆ ବ୍ଲେଡ୍‌ରେ ନିଜର ଜିଭକୁ କାଟି ଦେଇଥିଲେ। ଘଟଗାଁ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଦାଶରଥିଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାର ସୂଚନା ମିଳିଛି।

 

You might also like