ଟଙ୍କା ପାଇଁ ସ୍ତ୍ରୀକୁ ପର ପୁରୁଷକୁ ବିକିଦେଲା ସ୍ୱାମୀ

ବାଲେଶ୍ୱର: ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ଝିଅଟିଏ ବାପଘର ଛାଡ଼ି ୭ ଜନ୍ମ ପାଇଁ ସ୍ୱାମୀ ସହ ସଂସାର କରିବାକୁ ଚାଲିଆସେ ଶାଶୂ ଘରକୁ। ସ୍ୱାମୀଙ୍କୁ ଇହକାଳ, ପରକାଳ ଦେବତା ମାନି ସାରାଜୀବନ ତା’ର ସେବାଯତ୍ନ କରିଚାଲେ। ଅନେକ କଷଣ ସହି ମଧ୍ୟ ସ୍ୱାମୀର ମଙ୍ଗଳ କାମନା କରି ନାନା ଓଷା ବ୍ରତ କରେ। କିନ୍ତୁ ସେହି ସ୍ୱାମୀ ଯଦି ତାର ଇଜ୍ଜତ ବଜାରରେ ନିଲାମ କରିଦିଏ ତେବେ ସେ କି ସ୍ୱାମୀ ?

ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରୁ। ଅଭିଯୋଗ ଅନୁସାରେ ଗତ ୨୩ ତାରିଖ ରାତିରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଜୋର ଜବରଦସ୍ତ ନେଇ ସେହି ଗାଁର ଅନ୍ୟ ଜଣେ ଯୁବକଙ୍କ ହାତରେ ଟେକି ଦେଇଥିଲା। ଏହାପରେ ସଂପୃକ୍ତ ଯୁବକ ଜଣକ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଖି ଆଗରେ ଦୁଷ୍କର୍ମ କରିଥିଲେ। ହେଲେ ସ୍ୱାମୀ ବିରୋଧ କରିବା ବଦଳରେ ନିରବ ରହିଥିଲେ। ଓଲଟା କଥା ପ୍ରଘଟ କଲେ ଜୀବନରେ ମାରି ଦେବାକୁ ସ୍ତ୍ରୀକୁ ଧମକ ଦେଇଥିଲା ସ୍ୱାମୀ।

ଘଟଣାର ଦିନକ ପରେ ମହିଳା ନିଜ ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିବା ପରେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ। ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ସଂପୃକ୍ତ ଯୁବକଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବାଲେଶ୍ୱର ଏସ୍‌ପି କହିଛନ୍ତି।

You might also like