ବରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ବରଗଡ଼ : ବରଗଡ଼ ଚାରପାଲି ଗାଁରେ ଅଭାବନୀୟ ଘଟଣା। ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ନିଜେ ଦଉଡ଼ିରେ ଝୁଲିପଡ଼ିଲା ସ୍ୱାମୀ। ମୃତକ ଦୁଇଜଣ ହେଲେ ସେହି ଗାଁର ଭୁବନ ସାହୁ ଏବଂ ତାଙ୍କ ସ୍ତ୍ରୀ ସେବତୀ ସାହୁ।
ଅଭିଯୋଗ ଅନୁଯାୟୀ ଆଜି ସକାଳୁ ଭୁବନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ସେବତୀଙ୍କ ବେକ କାଟିଥିଲେ। ଘଟଣା ସ୍ଥଳରେ ସେବତୀଙ୍କର ମୃତ୍ୟୁ ହୋଇଛି। ପରେ ଭୁବନ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ।
ଉଭୟଙ୍କର ୩ଟି ପିଲା ଥିଲାବେଳେ ମୃତ ଭୁବନ ସାହୁଙ୍କର ମାନସିକ ବିକୃତ ଥିବା ସୂଚନା ମିଳିଛି।
ଦେଖନ୍ତୁ ଏହି ଭିଡ଼ିଓ-