ଶୋଇଥିବା ବେଳେ ଘରୁ ଉଠାଇ ଆଣି ଦଳି ଦେଲା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟାକଟା ଗାଁରେ ଏକ ଦନ୍ତା ହାତୀ ଦଳି ଦେବାରୁ ଜଣେ ବାଳକର ମୃତ୍ୟୁ ଘଟିଛି। ତାଙ୍କ ନାଁ ଲୁଟୁ ପ୍ରଧାନ(୧୦)। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ମାଆ ଓ ୫ ମାସର ଭଉଣୀ।

ସୂଚନା ଅନୁସାରେ, ଗତକାଲି ରାତିରେ ଖୁଣ୍ଟାକଟା ଗାଁ ପାଖରେ ଏକ ଦନ୍ତା ହାତୀ ବୁଲୁଥିବା  ନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ହାତୀକୁ ଘୋଉଡ଼ାଇ ଥିଲେ। ଏହି ସମୟରେ ହାତୀଟି ଗାଁର ଗଣେଶ୍ୱର ପ୍ରଧାନଙ୍କ ଘର ଭିତରକୁ ପଶି ଯାଇଥିଲା।

ଫଳରେ ଘରେ ଶୋଇଥିବା ଗଣେଶ୍ୱରଙ୍କ ପୁଅ ଲୁଟୁକୁ ହାତୀ ଉଠାଇ ଆଣି ବାହାରେ ଦଳି ଦେଇଥିଲା। ତେବେ ଘର ଭିତରେ ଶୋଇଥିବା ଗଣେଶ୍ୱରଙ୍କ ସ୍ତ୍ରୀ ଓ ତାଙ୍କ ୫ ମାସର ଝିଅ ହାତୀ ଆକ୍ରମଣରୁ ବଞ୍ଚି ଯାଇଛନ୍ତି। ହେଲେ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ମାଆ ଓ ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ  ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏବେ ସେମାନେ ସୁସ୍ଥ ଅଛନ୍ତି।

ଅନ୍ୟପକ୍ଷରେ, ପୁଲିସ୍‌ ଘଟଣାସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like