ପୁତୁରାକୁ ଦାଦାର ତୀରମାଡ଼

କେନ୍ଦୁଝର: ଘରୋଇ କଳହରୁ ପୁତୁରାକୁ ଦାଦାର ତୀରମାଡ଼। ଏହି ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗାଁରେ ଘଟିଛି।

ଅଭିଯୋଗ ଅନୁସାରେ, ଗତକାଲି ସକାଳେ ବିଞ୍ଜାର ମାଝୀ ଓ ତାଙ୍କ ଭାଇ ବୀର ମାଝୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ବୀର ମାଝୀ ବିଞ୍ଜାରଙ୍କ ପୁଅ ଜଗାକୁ ତୀର ମାରିଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ଜଗାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

You might also like
Comments
Loading...