ଜାଲ ନୋଟ୍ ଜମା କରୁଥିବାବେଳେ ଜମାକାରୀ ଗିରଫ
ବାଲେଶ୍ୱର : ଜାଲ ନୋଟ୍ ଜମା କରୁଥିବାବେଳେ ଜଣେ ଜମାକାରୀଙ୍କୁ ଗିରଫ କରିଛି ପୋଲିସ। ଜାଲ ନୋଟ୍ ଜମା କରିବା ବେଳେ ବିଷ୍ଣୁ ନାୟକ ନାମରେ ଜଣେ ଜମାକାରୀ ପୋଲିସ ହାବୁଡ଼ରେ ପଡ଼ିଛନ୍ତି। ବାଲେଶ୍ୱର କ୍ଷୀରିକୋଣା ସମବାୟ ସମିତିରେ ଟଙ୍କା ଜମା କରିବାକୁ ଯାଇଥିଲେ ବିଷ୍ଣୁ। ସେ ୧ ଲକ୍ଷ ୫୦ ହଜାର ଟଙ୍କା ଜମା କରୁଥିବା ବେଳେ ତା ଭିତରେ ୨୨ଟି ଦୁଇ ହଜାର ଟଙ୍କିଆ ଜାଲ ଥିବା ଜଣାପଡ଼ିଥିଲା।
ସମବାୟ ସମିତିର ସଂପାଦକ ଅଚ୍ୟୁତ ନନ୍ଦ ଦାସ ଜାଲ ନୋଟ ନେଇ ପୋଲିସକୁ ଜଣାଇଥିଲେ। ତେବେ ପୋଲିସ ବିଷ୍ଣୁଙ୍କ ନିକଟରୁ ୨୨ଟି ନକଲି ନୋଟ ଜବତ କରିବା ସହ କେଉଁଠୁ ଆସିଲା ଏହି ଜାଲ ନୋଟ ଏବଂ କିଏ ସଂପୃକ୍ତ ଅଛନ୍ତି ତାର ଖୋଳତାଡ଼ କରୁଛି ପୋଲିସ।