ବାପ ପୁଅଙ୍କ ମୃତଦେହ ଉଦ୍ଧାର
ଗଞ୍ଜାମ : ଆସ୍କାରେ ପାରିବାରିକ କଳହର କରୁଣ ପରିଣତି। ବାପ ପୁଅଙ୍କ ମୃତଦେହ ଉଦ୍ଧାର । ଆସିକା ଧରାକୋଟ ଥାନା କୁଶପଡ଼ା ଗାଁରେ ଏହି ଘଟଣା ଘଟିଛି। କୁଶପଡାର ରାଜେନ୍ଦ୍ର ପଣ୍ଡା ପୁଅ କଳ୍ପବଟଙ୍କୁ ପାଠ ପଢାକୁ ନେଇ ଗାଳିଗୁଲଜ କରିଥିଲେ। ଏହାପରେ କଳ୍ପବଟ ସ୍ଥାନୀୟ କଣିତୋଟାସ୍ଥିତ ଏକ ପଣସ ଗଛରେ ଆତ୍ମହତ୍ୟା କରିଥିଲା।
ପୁଅର ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ବାପା ରାଜେନ୍ଦ୍ର ମଧ୍ୟ ଆତ୍ମହତ୍ୟା କରିଦେଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ ସୃଷ୍ଟି କରିଛି।