କାର୍ ପାର୍କିଂ କରୁଥିବା ବେଳେ ପଡ଼ିଗଲା ଗଛ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ହାତୀବାରିରେ ଅଭାବନୀୟ ଘଟଣା। ରବିବାର ସନ୍ଧ୍ୟାରେ କାଳ ବୈଶାଖୀ ଝଡ଼ରେ ଗଛ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ଶୂନ୍ୟନି। ସେ ତାଙ୍କ ପତ୍ନୀ ଓ ଝିଅଙ୍କ ସହ ସୁନ୍ଦରଗଡ଼ରୁ ଫେରି ହାତୀବାରି ଫରେଷ୍ଟ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ଘର ପାଖରେ କାର ପାର୍କିଂ କରୁଥିଲେ। ଏତିକି ବେଳେ ଏକ ଗଛ ଭାଙ୍ଗି ଯାଇ ତାଙ୍କ ଉପରେ ପଡ଼ିଯାଇଥିଲା।  ଚାପି କାର୍‌ ଭିତରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

ସୌଭାଗ୍ୟବଶତଃ କାର୍‌ରୁ ଓହ୍ଲାଇ ପତ୍ନୀ ଓ ଝିଅ ଘରକୁ ଯାଇ ସାରିଥିଲେ। ବନବିଭାଗ କର୍ମଚାରୀମାନେ କାର୍‌କୁ କଟର ସାହାଯ୍ୟରେ କାଟି ମୃତ ସୁରେନ୍ଦ୍ରଙ୍କୁ ବାହାର କରିଥିଲେ।

You might also like