ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଦାଦାଗିରି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଟ୍ରାଫିକ୍ ଉଲ୍ଲଂଘନ କରୁଥିବା ଜଣେ ବ୍ୟକ୍ତିଙ୍କ ଦାଦାଗିରି।  ବିଧାନସଭା ପରିସର ବାହାରେ ପୁଲିସ ପକ୍ଷରୁ ନିୟମିତ ଚେକିଂ କରାଯାଉଥିବା ବେଳେ ଜଣେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଜଣାପଡିଥିଲା।

ପୁଲିସ ତାଙ୍କୁ ପଚରାଉଚରା କରୁଥିବା ବେଳେ ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବୋଲି ପରିଚୟ ଦେଇ ସେମାନଙ୍କୁ ଧମକ ଦେଇଥିଲେ।  ଏପରକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାକୁ ସେ ବାରମ୍ବାର ଦୋହରାଇଥିଲେ। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କ ଏଭଳି ଅାଚରଣ ପରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା।

ସେପଟେ  ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅାଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି।

You might also like