୩୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ଚମ୍ପଟ୍‌ ମାରିଛି ଠକ

ଭୁବନେଶ୍ୱର: ଚାକିରି ଦେବା ନାଁରେ ଠକେଇ। ୩୦ରୁ ଅଧିକ ଲୋକଙ୍କୁ ଚୂନ ଲଗାଇ ଫେରାର ହୋଇଯାଇଛି ଜାଲ ନିଯୁକ୍ତିଦାତା। ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଗାଁର ଜୟକୃଷ୍ଣ ବାରିକ। ଜଟଣୀ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ରାୟ ୩୦ରୁ ଅଧିକ ଯୁବକଯୁବତୀଙ୍କ ଠାରୁ ସିକ୍ୟୁରିଟି ଡିପୋଜିଟ୍ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଧରି ଛୁ ମାରିଛି ଅଭିଯୁକ୍ତ।

ଜଟଣୀ ସହରରେ କିଛି ଦିନ ପୂର୍ବରୁ ସେ ହେଲଥ୍ ଅଫ୍ ଫୁଡ୍ କର୍ପୋରେସନ ଖୋଲିଥିଲା। ଯାହାକି ଓଡ଼ିଶା ନାଁରେ ଏହା ଏକ ଜାଲ କମ୍ପାନୀ। ଗୋଟିଏ NGO ସଂସ୍ଥା ଏବଂ ପ୍ରତି ଗାଁରେ ଶିଶୁଙ୍କୁ ମାଗଣା ଖାଦ୍ୟ ସହ ୨୦୦ ଟଙ୍କା ଲେଖାଏଁ ଦେବ ବୋଲି କହି କିଛି ଲୋକଙ୍କୁ ଏଜେଣ୍ଟ୍ ଭାବେ ନିଯୁକ୍ତି ମଧ୍ୟ ଦେଇଥିଲା। ଏଥିପାଇଁ କାହାଠୁ ୨୦ ତ ଆଉ କାହାଠୁ ୩୦ ହଜାର ଟଙ୍କା ସିକ୍ୟୁରିଟି ମନି ଆଦାୟ କରିଥିଲା। ଚାକିରି ଆଶାୟୀଙ୍କ ମନରେ ବିଶ୍ୱାସ ସୃଷ୍ଟି ଲାଗି ସେମାନଙ୍କୁ ତୁରନ୍ତ ଜାଲ ନିଯୁକ୍ତିପତ୍ର ସହ ଆଇ କାର୍ଡ ପ୍ରଦାନ କରୁଥିଲା । ଖାଲି ସେତିକି ନୁହେଁ ପୂର୍ବତଟ ରେଳବାଇରେ ଚାକିରି ଦେବା ନାଁରେ ବି କିଛି ଚାକିରି ଆଶାୟୀଙ୍କୁ ଜାଲ୍ ଆଡ୍‌ମିଟ୍‌ କାର୍ଡ ଦେଇ ଉଭାନ ହୋଇଯାଇଛି ଜୟକୃଷ୍ଣ।

ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି, ଚାକିରି ଦେବା ନାଁରେ ଠକେଇ କରି ଫେରାର ମାରିଛି ଜୟକୃଷ୍ଣ। ଏବେ ସେ  ପୋଲିସ ପାଇଁ ଓ୍ୱାଣ୍ଟେଡ୍ ପାଲଟିଥିବା ବେଳେ ନ୍ୟାୟ ଅପେକ୍ଷାରେ ଅଛନ୍ତି ଠକେଇରେ ଶିକାର ଯୁବକ ଯୁବତୀ।

ଆହୁରି ପଢ଼ନ୍ତୁ

You might also like