ବାପା, ମାଆଙ୍କୁ ହାତୁଡ଼ିରେ ପିଟି ମାରିଦେଲା ପୁଅ

ଅନୁଗୁଳ: ବାପା ଓ ମାଆଙ୍କୁ ମାରିଲା ପୁଅ। ହାତୁଡ଼ିରେ ବାପା ଓ ମାଆଙ୍କୁ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ କରୁଣା ବଘାର ଓ ଚମ୍ପା ବଘାର।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ ଟା ସମୟରେ ଦୁଃଖୀଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଃଖୀଶ୍ୟାମ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଥିଲେ। ଏହି ସମୟରେ ଦୁଃଖୀଶ୍ୟାମଙ୍କ ବାପାମାଆ ତାଙ୍କୁ ଅଟକାଇଥିଲେ। ସେ କିନ୍ତୁ ବାପାମାଆଙ୍କ କଥା ଶୁଣି ନ ଥିଲେ। ବାପାମାଆ ପ୍ରତିବାଦ କରିବାରୁ ସେ ରାଗିଯାଇ ବାପାମାଆଙ୍କୁ ହାତୁଡ଼ିରେ ପିଟି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ପାଇ କିଶୋରନଗର ପୋଲିସ ଅଭିଯୁକ୍ତ ପୁଅ ଦୁଃଖୀଶ୍ୟାମ ବଘାରକୁ ଅଟକ ରଖି ପଚରାଉଚରା ସହ ତଦନ୍ତ ଆରମ୍ଭ କରିଛି।

ସେପଟେ ଦେବଗଡ଼ ଜିଲ୍ଲାରେ ମଧ୍ୟ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପାକୁ ଗୁଳିମାଡ଼ କରି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି ମଦ୍ୟପ ପୁଅର ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି। କୁଣ୍ଢେଇଗୋଳା ଥାନା ଶୃଙ୍ଗିପାଳ ଗାଁରେ ଏହି ଘଟଣା ଘଟିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛ। ଅନ୍ୟପକ୍ଷରେ ଅାକ୍ରମଣକାରୀ ପୁଅ ଅାହତ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like