କାଠ ଫାଳିଆରେ ପିଟିପିଟି ମାରି ଦେଲେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ ଘରେ ପଶି ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ସେହି ଗାଁର  ପ୍ରଦୀପ ମଲ୍ଲିକ।

ସୂଚନା ଅନୁସାରେ, ଏକ କାଠ ଫାଳିଆରେ ପ୍ରଦୀପଙ୍କ ମୁଣ୍ଡକୁ ଜୋର୍‌ରେ ଆଘାତ କରାଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ରକ୍ତ ଲଗା କାଠ ଫାଳିଆ ଉଦ୍ଧାର କରାଯାଇଛି।

ଗତ ୨ ଦିନ ହେବ ପ୍ରଦୀପଙ୍କ ସ୍ତ୍ରୀ ଘରେ ନଥିଲା। ସେ ତାଙ୍କ ବାପ ଘରକୁ ଯାଇଥିଲେ। ଘଟଣାସ୍ଥଳରେ ଗୋବିନ୍ଦପୁର ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

You might also like