ଗାଁ ଦାଣ୍ଡରେ ମାଆକୁ ଘୋଷାଡ଼ି ବିଧା, ଗୋଇଠା ମାରିଲା ପୁଅ

ବାଲେଶ୍ୱର: ଯୋଉ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ଧରିଥିଲା ସେ ଆଜି ଗାଁ ଦାଣ୍ଡରେ ତାକୁ ଘୋଷାଡ଼ି ଘୋଷାଡ଼ି ମାରିଲା । ବିଚାରୀ ମା କଲବଲ ହୋଇ ଚିତ୍କାର କରୁଥିବା ବେଳେ ହାତ ମାଡ଼ ଅଣ୍ଟିଲାନି ଯେ ଶେଷରେ କାଠ ଫାଳିଆ ଆଣି ମା ପେଟ ଉପରେ ପକାଇ ଚଢ଼ିଗଲା ପୁଅ । ବର୍ଷ ବର୍ଷ ଅଖିଆ ଅପିଆ ରହି ଯୋଉ ପୁଅକୁ ବଳ ବୟସ ଦେଇଥିଲା ମା, ସେହି ପୁଅ ଏମିତି ଗାଁ ଦାଣ୍ଡରେ ତା ଉପରେ ଅତ୍ୟାଚାର କରିଥିବ ବିଶ୍ୱାସ କରି ହେଉନି । କିନ୍ତୁ ଭାଇରାଲ ଭିଡିଓ କହୁଛି, ତାହା ହିଁ ସତ୍ୟ ।

ଜନ୍ମକଲା ମାଆ ଉପରେ ପୁଅର ଏମିତି ଥିଲା ଅମାନୁଷିକ ଅତ୍ୟାଚାର। ଏଭଳି ଅତ୍ୟାଚାର ଯେ, ଦେଖିବା ଲୋକ ସହି ପାରିବନି ।

ଅତି ନୃଶଂସ ଭାବେ ଜଣେ ବ୍ୟକ୍ତି ନିଜ ବୃଦ୍ଧା ମାଆଙ୍କୁ ମାଡ଼ ମାରୁଥିବା ଏହି ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ପୁଅ ଶ୍ରୀଧର ବାରିକଙ୍କୁ ଗିରଫ କରିଛି। ଏହି ଅମାନବୀୟ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ବାଇତପଡ଼ା ଗାଁରେ ଦେଖିବାକୁ ମିଳିଛି।

ଏହି ଘଟଣା ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡ଼ିଓ ଭାଇରାଲ ପରେ ପୋଲିସ ଅଭିଯୁକ୍ତ ଶ୍ରୀଧରକୁ ଗିରଫ କରିଛି।

ତେବେ ନିଷ୍ଠୁର ପୁଅର ଏହି କାଣ୍ଡ ପଛର କାରଣ କ’ଣ ତାହା ଜଣାପଡ଼ିନି।

You might also like