ଥମୁନି ପିଲା ଚୋରି ଗୁଜବ: ପିଲା ଚୋର ଭାବି ଜଣେ ଅଣ ଓଡ଼ିଆଙ୍କୁ ନିର୍ଧୂମ ପିଟିଲେ

ବାରିପଦା: ପିଲା ଚୋରି ଗୁଜବ ନେଇ ପୋଲିସର ଚେତାବନୀ ଏବଂ ଆଡଭାଇଜରି ସତ୍ତ୍ୱେ ବି ଜାରି ରହିଛି ଅଚିହ୍ନା ଲୋକଙ୍କ ଉପରେ ଅମାନୁଷିକ ଆକ୍ରମଣ। ଗତକାଲି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଠାକୁରତୋଟା ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।

ରାତି ଅଧରେ ଜଣେ ଅଣ ଓଡ଼ିଆଙ୍କୁ ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ ମାରିବା ସହ ନିର୍ଯାତନା ଦେଇଛନ୍ତି।

ସୂଚନା ଅନୁସାରେ, ୩ଜଣ ବ୍ୟକ୍ତି ବୈଶିଙ୍ଗା ଆସିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨ଜଣ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଖସି ପଳାଇଥିବାବେଳେ ଜଣେ ରହି ଯାଇଥିଲେ। ଧରା ପଡ଼ିଥିବା ବ୍ୟକ୍ତିଙ୍କୁ ଲୋକମାନେ ପ୍ରବଳ ମାଡ଼ ମାରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

You might also like