ପରକୀୟା ପ୍ରୀତି ହେଲା କାଳ; ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ସୋର: ସୋର ବରୁଣସିଂରେ ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ହତ୍ୟା ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ପରକୀୟା ପ୍ରୀତି ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି।

ପୋଲିସର ସୂଚନା ଅନୁସାରେ ଜୟଦେବଙ୍କ ହତ୍ୟା ପଛରେ ତାଙ୍କ ପତ୍ନୀ ଓ  ପତ୍ନୀଙ୍କ ପ୍ରେମିକର ହାତ ରହିଛି। ହତ୍ୟା ଅଭିଯୋଗରେ ଖନ୍ତାପଡ଼ା ପୋଲିସ ଗତକାଲି ରାତିରେ ଜୟଦେବଙ୍କ ପତ୍ନୀ ଓ ତାଙ୍କ ପ୍ରେମିକ ମିତେଶ ପରିଡ଼ାକୁ ଗିରଫ କରିଛି।

ସୂଚନାଥାଉ କି, ଗତ ୧୯ ତାରିଖରେ ଜୟଦେବ ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ତନାଘନା ଜାରି ରଖିଥିଲା। ତେବେ ଗତକାଲି ରାତିରେ ପୋଲିସ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିବା ପରେ ଘଟଣା ଉପରୁ ପରଦା ହଟିଛି।

You might also like