ଲୋକପାଳ ନିଯୁକ୍ତି କମିଟିକୁ କଂଗ୍ରେସର ବର୍ଜନ : ମଲ୍ଲିକାର୍ଜ୍ଜୁନଙ୍କୁ ସ୍ପେସାଲ ଇନ୍‌ଭାଇଟି ଭାବେ ନିମନ୍ତ୍ରଣ କରାଯାଇଥିବାରୁ କ୍ଷୁବ୍ଧ

ନୂଆ ଦିଲ୍ଲୀ : ଲୋକପାଳ ନିଯୁକ୍ତି ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହେଉଛି। କିନ୍ତୁ ଏହି ବୈଠକରେ ଯୋଗ ଦେବେ ନାହିଁ ଲୋକସଭାରେ କଂଗ୍ରେସର ସଂସଦୀୟ ନେତା ମଲ୍ଲିକାର୍ଜୁନ ଖର୍ଗେ। ତ।ଙ୍କୁ ଯେଭଳି ଭାବେ ନିମନ୍ତ୍ରଣ କରାଯାଇଛି, ତାକୁ ଦୃଢ଼ ବିରୋଧ କରିଛି କଂଗ୍ରେସ।

ଲୋକପାଳ ନିଯୁକ୍ତି ପ୍ରକ୍ରିୟାରେ ବିରୋଧୀଙ୍କ ସ୍ୱରକୁ ଦବାଇ ତାକୁ ସାମିଲ ନ କରିବାକୁ ଜାଣିଶୁଣି କେନ୍ଦ୍ର ସରକାର ଏପରି କରୁଥିବା ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖର୍ଗେ। ଲୋକପାଳ ନିଯୁକ୍ତି କମିଟିର ବୈଠକକୁ ସ୍ପେସାଲ ଇନ୍‌ଭାଇଟି ଭାବେ ମଲ୍ଲିକାର୍ଜୁନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେଣୁ ସେ ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖର୍ଗେ। ଏକ କମିଟି ଜରିଆରେ ଲୋକପାଳ ନିଯୁକ୍ତି କରାଯାଇଥାଏ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା, ବାଚସ୍ପତି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିଥାନ୍ତି। ଯଦିଓ ଲୋକସଭାରେ କଂଗ୍ରେସ ସବୁଠୁ ବଡ଼ ବିରୋଧୀ ଦଳ, ଆବଶ୍ୟକ ସଂଖ୍ୟକ ସାଂସଦ ନ ଥିବାରୁ ଏହାକୁ ବିରୋଧୀ ଦଳ ମାନ୍ୟତା ମିଳିନାହିଁ।

ସେପଟେ ଲୋକପାଳ ନିଯୁକ୍ତି କମିଟିରେ ସବୁଠୁ ବଡ଼ ବିରୋଧୀ ଦଳର ନେତାଙ୍କୁ ରଖିବା ପାଇଁ ଲୋକପାଳ ନିୟମରେ ସଂଶୋଧନ କରାଯାଇନାହିଁ। ମଲ୍ଲିକାର୍ଜୁନ ଖର୍ଗେ ନ ଆସିବା ସତ୍ତ୍ୱେ ଆଜି ବୈଠକ ହେବ ବୋଲି ଜଣାପଡ଼ିଛି।

 

 

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like