ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପାଠପଢାର ସୁଯୋଗ

ମାଲକାନଗିରି  : ଦିନେ ଏମାନେ ପୋଲିସକୁ ଟାର୍ଗେଟ  କରି ପ୍ରସ୍ତୁତ କରୁଥିଲେ ରଣନୀତି। କିନ୍ତୁ ଏବେ ସେହି ପୋଲିସ ସହାୟତାରେ ଚାଲିଛି ଭିନ୍ନ ଏକ ପ୍ରସ୍ତୁତି। ଏବେ ଟାର୍ଗେଟରେ ପୋଲିସ କିମ୍ବା ପ୍ରଶାସନ ନୁହେଁ, ବରଂ ପାଠ ପଢା ଓ କ୍ୟାରିୟର। ବନ୍ଧୁକ ଓ ଗୋଳାବାରୁଦର ସ୍ଥାନ ନେଇଛି ବହି, ଖାତା ଓ କଲମ। ଏମାନେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଆତ୍ମସମର୍ପଣକାରୀ ମାଓବାଦୀ। ସମାଜର ମୁଖ୍ୟସ୍ରୋତକୁ ଫେରିବା ପରେ ଏମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଆଗେଇ ଆସିଛି ପୋଲିସ ପ୍ରଶାସନ। ଉଚ୍ଚଶିକ୍ଷିତ କରିବା ଲକ୍ଷ୍ୟ ନେଇ ଇନ୍ଦିରା ଗାନ୍ଧୀ ଜତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ବା ଇଗ୍ନୁ ସହାୟତାରେ ଦିଆଯାଇଛି ତାଲିମ।

ଇଗ୍ନୋରେ ବାଚେଲର ପ୍ରିପେୟାରେଟରି ପ୍ରୋଗ୍ରାମ ଅନ୍ତର୍ଗତ ଏମାନଙ୍କୁ ୬ ମାସ ଧରି ତାଲିମ ଦିଆଯାଇଥିଲା। ଏହି ପାଠ୍ୟକ୍ରମରେ ପାସ କରିସାରିବା ପରେ ଏମାନେ ସେହି ଇଗ୍ନୋରେ ସିଧାସଳଖ  କଳାରେ ସ୍ନାତକ କରିପାରିବେ। ଏଥିପାଇଁ ୧୨୦ ଜଣ ଆବେଦନ କରିଥିବାବେଳେ ପରୀକ୍ଷା ଦେଇଛନ୍ତି ୧୦୭ ଜଣ। ଆଉ ଏମାନଙ୍କ ୬ ମାସିଆ ତାଲିମର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଛି ମାଲକାନଗିରି ପୋଲିସ୍‌।

ଆଗକୁ ମଧ୍ୟ ଯେଉଁ ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଛାହୁଁଛନ୍ତି, ସେମାନଙ୍କୁ ବି ଏଭଳି ତାଲିମ ଦିଆଯିବ ବୋଲି ପୋଲିସ କହିଛି।

 

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like