ଗୁରୁପ୍ରିୟା ସେତୁ ଉଦ୍ଘାଟନରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ କଂଗ୍ରେସ
ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବ ମାଲକାନଗିରି ଜିଲ୍ଲା କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଏଥିସହିତ ସେ ଅଭିଯୋଗ କରିଛନ୍ତି ଯେ, ସରକାର ମାଲକାନଗିରି ଜିଲ୍ଲାବାସୀଙ୍କୁ ତଥା ଆଦିବାସୀଙ୍କୁ ଅବହେଳା କରି ଆସୁଛନ୍ତି। ବିଶେଷ କରି ଆଦିବାସୀଙ୍କ ସମସ୍ୟା ପ୍ରତି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ପ୍ରଦୀପ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱରରେ ବଣ୍ଡା ଛାତ୍ର ନିଖୋଜରେ ସରକାର ତତ୍ପରତା ଦେଖାଉ ନ ଥିବା ମଧ୍ୟ ସେ କହିଛନ୍ତି। ୫ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ପ୍ରଦୀପ କହିଛନ୍ତି।। ବିଭିନ୍ନ ଦାବି ନେଇ ଆସନ୍ତା ୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।