କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ଏକ ପ୍ରାଇଭେଟ୍‌ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ପୂରା ଛାର୍‌ଖାର୍‌ ହୋଇଯାଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି।

କୋଚିଂ ସେଣ୍ଟରରୁ ଧୂଆଁ ବାହାରୁଥିବା ନେଇ ଦେଖିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା।  ପରେ ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା। ଅଗ୍ନିକାଣ୍ଡରେ କମ୍ପ୍ୟୁଟର, ବହି ପୋଡ଼ି ପାଉଁଶ ହୋଇଯାଇଛି। ତେବେ କ୍ଲାସ୍‌ ଆରମ୍ଭ ହୋଇନଥିବାରୁ ଏଥିରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅନ୍ୟପକ୍ଷରେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

You might also like