ଟ୍ରିବ୍ୟୁନାଲ୍ ମାଧ୍ୟମରେ ହୋଇପାରେ ମହାନଦୀ ଜଳ ବିବାଦର ସମାଧାନ

ଭୁବନେଶ୍ୱର: ଏକକ ଟ୍ରିବ୍ୟୁନାଲ୍ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍। ବିବାଦର ସମାଧାନ ପାଇଁ ଇଣ୍ଟରଷ୍ଟେଟ ରିଭର ଡିସ୍‌ପୁଟ ଆକ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିବେ। ଏନେଇ ଲୋକସଭାରେ ସଂଶୋଧିତ ବିଲ୍ ଉପସ୍ଥାପିତ ହୋଇ ଷ୍ଟାଣ୍ଡିଂ କମିଟିକୁ ଯାଇଥିଲା। ଷ୍ଟାଣ୍ଡିଂ କମିଟି ମଧ୍ୟ ରିପୋର୍ଟ ଦେଇସାରିଛି। ଆସନ୍ତା ମୌସୁମୀ ଅଧିବେଶନରେ  ବିଲ୍‌ଟି ଲୋକସଭାରେ ଆସିପାରେ ବୋଲି ଅର୍ଜୁନ କହିଛନ୍ତି।

ଅନ୍ୟପଟେ ଅର୍ଜୁନଙ୍କ ମନ୍ତବ୍ୟକୁ ବିରୋଧ କରିଛି ବିଜେଡି । ଏ ପର୍ଯ୍ୟନ୍ତ ବିଲ୍ ଲୋକସଭାରେ ପାସ୍ ହୋଇନାହିଁ। ରାଜ୍ୟ ସଭାରେ ମଧ୍ୟ ଏନ୍‌ଡିଏର ସଂଖ୍ୟା ନାହିଁ। ତେଣୁ ମହାନଦୀ ବିବାଦ ଅନିଶ୍ଚିତତାରେ ରହିଛି ବୋଲି ବିଜେଡି କହିଛି।

You might also like