ମହାନଦୀ ବିବାଦ: ଆରମ୍ଭ ହେଲା ଟ୍ରିବ୍ୟୁନାଲ ପ୍ରକ୍ରିୟା

ଭୁବନେଶ୍ୱର: ମହାନଦୀ ବିବାଦର ସମାଧାନ ନେଇ ଟ୍ରିବ୍ୟୁନାଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ପକ୍ଷରୁ ବୁଧବାର ୫ଟି ରାଜ୍ୟକୁ ନୋଟିସ୍ ଜାରି କରାଯାଇଛି। ଏହି ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରତିନିଧି ପଠାଇବାକୁ ନିର୍ଦ୍ଦେଶ ଦେଇଛି ଟ୍ରିବ୍ୟୁନାଲ। ଆସନ୍ତା ୬ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସେମାନଙ୍କ ପ୍ରତିନିଧିଙ୍କ ନାଁ ଟ୍ରିବ୍ୟୁନାଲ ପାଖକୁ ପଠାଇବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଧାରିତ ସମୟ ଭିତରେ ଯଦି କୌଣସି ରାଜ୍ୟ ପ୍ରତିନିଧି ନ ପଠାନ୍ତି, ତେବେ ତାଙ୍କ ଅନୁପସ୍ଥିତିରେ ହିଁ ମାମଲାର ବିଚାର କରାଯିବ ବୋଲି ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମହାନଦୀ ବିବାଦର ସମାଧାନ ଲକ୍ଷ୍ୟରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଏହାପରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଟର୍ମ ଅଫ୍ ରେଫରେନ୍ସ ପ୍ରଦାନ କରିବା ପରେ ଶୁଣାଣି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like