ମେ’ ଶେଷ ସପ୍ତାହରୁ କଲମା ଚାଲ ଅଭିଯାନ

ଭୁବନେଶ୍ୱର: ମେ’ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ କଲମା ଚାଲ ଅଭିଯାନ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏଭଳି ଆନ୍ଦୋଳନ ଡାକରା ଦିଆଯାଇଛି। ଏନେଇ ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା।

କଲମା ବ୍ୟାରେଜର ସମସ୍ତ ଗେଟ୍ ବନ୍ଦ ହେବା ଦ୍ୱାରା ମହାନଦୀର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଏହି ସଙ୍କଟରୁ ମହାନଦୀକୁ ରକ୍ଷା କରିବା ପାଇଁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାର ଆବଶ୍ୟକତା ରହିଛି। ଏହାସହିତ ଛତିଶଗଡ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏଭଳି ଆନ୍ଦୋଳନ ଡାକରା ଦିଆଯାଇଥିବା କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତା।

You might also like