ଦୃଶ୍ୟମାନ ହେଲା ଶତାବ୍ଦୀର ବିରଳ ଦୀର୍ଘତମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଦୃଶ୍ୟମାନ ହେଲା ଶତାବ୍ଦୀର ବିରଳ ଦୀର୍ଘତମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଆଉ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିଲା ସାରା ବିଶ୍ୱ। ଗତରାତିରେ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗହଣ ଦେଖିବା ଲାଗି ଲୋକଙ୍କ ମନରେ ନାହିଁ ନ ଥିବା ଉତ୍ସାହ।

ରାତି ୧୦ଟା ୪୪ ମିନିଟ୍‌ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରି ଧୀରେ ଧୀରେ ଅଦୃଶ୍ୟ ହେବାକୁ ଆରମ୍ଭ କରିଥିଲା। ଠିକ୍‌ ରାତି ୧୧ଟା ୫୪ ମିନିଟ୍ ବେଳକୁ ଚନ୍ଦ୍ର ପ୍ରଛାୟାରେ ପ୍ରବେଶ କରିବା ସହ ରାତି ୧ଟାରେ ସଂପୂର୍ଣ୍ଣ ଅଦୃଶ୍ୟ ହୋଇଥିଲା।

ଦୀର୍ଘ ୧ ଘଣ୍ଟା ୪୩ ମିନିଟ୍ ପର୍ଯ୍ୟନ୍ତ ଗ୍ରହଣ ଲାଗି ରହିବା ସହ ଚନ୍ଦ୍ର ସମ୍ପୂର୍ଣ୍ଣ ଉଭାନ ହୋଇଯାଇଥିଲା। ଏହି ସମୟରେ ଚନ୍ଦ୍ର ଲୋହିତ ବର୍ଣ୍ଣ ଧାରଣ କରିବା ସହ ପୃଥିବୀର ଅତି ନିକଟକୁ ଆସୁଥିବାରୁ ବିରାଟକାୟ ଆକାରରେ ଦୃଶ୍ୟମାନ ହୋଇଥିଲା। ଏହାପରେ ଚନ୍ଦ୍ର ଧୀରେ ଧୀରେ ଛାଇ ମଧ୍ୟରୁ ଆତ୍ମପ୍ରକାଶ କରିବା ସହ ଭୋର୍ ୪ଟା ୫୮ ମିନିଟ୍‌ରେ ନିଜ ପୂର୍ଣ୍ଣରୂପ ଫେରି ପାଇଥିଲା।

ପାଖାପାଖି ୬ ଘଣ୍ଟା ଧରି ଛାଇ ଆଲୁଅର ଖେଳକୁ ଉପଭୋଗ କରିଥିଲେ ଲୋକେ। ଏହି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଶତାବ୍ଦୀର ବିରଳ ମହାଜାଗତିକ ଘଟଣା ଥିଲା।  ଏହା ପରେ ଏଭଳି ଦୃଶ୍ୟ ଦେଖିବା ଲାଗି ବିଶ୍ୱାବାସୀଙ୍କୁ ଆଉ ୧୦୪ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

You might also like