ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ

ନୂଆଦିଲ୍ଲୀ: ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ। ବୈଜୟନ୍ତଙ୍କ ଇସ୍ତଫା ବିଷୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ଗୃହକୁ ବିଧିବଦ୍ଧ ଭାବେ ଜଣାଇଛନ୍ତିା କେନ୍ଦ୍ରାପଡା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବୈଜୟନ୍ତଙ୍କ ଇସ୍ତଫା ପତ୍ରକୁ ଗତକାଲି ସେ ଗ୍ରହଣ କରିଥିବା ନେଇ ସଦସ୍ୟମାନଙ୍କୁ ଜଣାଇଛନ୍ତି। ବୈଜୟନ୍ତଙ୍କ ଇସ୍ତଫା ସହ ଲୋକସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୯କୁ ହ୍ରାସ ପାଇଛି।

ଗତକାଲି ବୈଜୟନ୍ତ ଟ୍ୱିଟ୍‌ କରି ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ ପରେ ସଂସଦରୁ ବିଦାୟ ନେଉଥିବା ଦର୍ଶାଇଥିଲେ। ଏଥିସହ ସେ ମଙ୍ଗଳବାର ଲୋକସଭା ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ। ନିଜର ପୂର୍ବ ଦଳରୁ ଏବେ ଆଉ ପ୍ରତିନିଧିତ୍ୱ କରିପାରିବେ ନାହିଁ ବୋଲି ସେ ବାଚସ୍ପତିଙ୍କୁ ଜଣାଇଥିଲେ। ବାସ୍ତବିକ ଆଦର୍ଶ ଠାରୁ ତାଙ୍କର ପୂର୍ବତନ ଦଳ ଏବେ ବହୁ ଦୂରକୁ ଚାଲିଯାଇଛି ବୋଲି ବୈଜୟନ୍ତ ଟ୍ୱିଟ୍‌ କରିଥିଲେ।

You might also like