ଆଗୁଆ ଆସି ବି ଚାଷୀଙ୍କୁ ଠକି ଦେଲା ମୌସୁମୀ

ଭୁବନେଶ୍ୱର: ଖରାରେ କେଉଁଠି ଜମି ଫାଟି ଆଁ କଲାଣି, ତ ଆଉ କେଉଁଠି ବିହନ ଗଜା ହେବା ପୂର୍ବରୁ ବୁଣା ଧାନ ଉଷୁନା ହୋଇ ନାଲି ପଡ଼ିଗଲାଣି।  ତଳି ମରିବା ଦେଖି ଜମିରେ ଗାଈଗୋରୁ ଛାଡ଼ିଦେଲେଣି ଚାଷୀ। ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକ୍ ମୌସୁମୀ ବର୍ଷା ଦେଖି ଆଗୁଆ ଅଖିମୁଠି ଅନୁକୂଳ କରିଥିବା ଚାଷୀକୂଳ ଏବେ ରୂଆ ବେଉଷଣ କରିବା କଥା। କିନ୍ତୁ ଜୁନ୍ ଯାଇ ଜୁଲାଇ ଚାଲିଥିଲେ ବି ଭଲ ବର୍ଷା ହୋଇନଥିବାରୁ ଦେଖାଦେଇଛି ଗଜା ମରୁଡ଼ି ଭୟ।vlcsnap-error704

କେବଳ ବଲାଙ୍ଗିର କି ସୁବର୍ଣ୍ଣପୁର ଜିଲ୍ଲା ନୁହେଁ, ପାଣିପାଗ ବିଭାଗ ସୂଚନା ଅନୁସାରେ ଜୁନ୍‌ରେ ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି। ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ଅନୁଗୁଳ ଓ ନୟାଗଡ଼ରେ ବର୍ଷା ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମିଛି।vlcsnap-error071

ସ୍ଥଳଭାଗଠାରୁ ଅଧିକ ଦୂର ପରିବର୍ତ୍ତେ, ଉପକୂଳର ଅତି ନିକଟରେ ଲଘୁଚାପ ସୃଷ୍ଟି ହୋଇ ଖୁବ୍‌ଶିଘ୍ର ଦୁର୍ବଳ ହୋଇଯାଉଛି। ଯାହାଫଳରେ ଆଶାନୁରୂପ ବର୍ଷା ହେଉନଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି।  ତେବେ ବର୍ତ୍ତମାନ ମନସୁନ୍ ଟ୍ରପ୍ ଲାଇନ୍ ଶକ୍ତିଶାଳୀ ଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ଜାରି ରହିବ ଏବଂ ବର୍ଷା ସ୍ଥିତି ସୁଧୁରିବ ବୋଲି ପାଣିପାଗ ବିଭାଗ କହିଛି।

କେବଳ ଚଳିତ ବର୍ଷ ନୁହେଁ, ୨୦୧୪ରେ ମଧ୍ୟ ଏହି ସମାନ କାରଣରୁ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ କମ୍ ବର୍ଷା ହୋଇଥିଲା।

You might also like
Comments
Loading...