ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଠାବ

କୋରାପୁଟ : କୋରାପୁଟ ଜିଲ୍ଲା କୁସୁମି ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଛି। ମୃତ ଦୁଇ ଜଣ ହେଲେ ମୁଣ୍ଡିପଦର ଗାଁର ପର୍ଶୁରାମ ମୁଦୁଲି ଓ ଧନପତି ମୁଦୁଲି। ଦୁହେଁ ସ୍ଥାନୀୟ ମୁଣ୍ଡିପଦର ଗାଁର ବୋଲି ସୂଚନା ମିଳିଛି।

ଗତକାଲି ଧନପତି ତାଙ୍କ ପିଉସୀଙ୍କ ସହ କୁସୁମି ହାଟକୁ ଯାଇଥିଲେ। ହାଟରୁ ଫେରିଲା ବେଳେ ପର୍ଶୁରାମଙ୍କ ସହ ପଳାଇଥିବା ଅଭିଯୋଗ ହୋଇଛି। ତେବେ ଏହା ଆତ୍ମହତ୍ୟା କରିଛନ୍ତି କି ଏମାନଙ୍କୁ ହତ୍ୟା କରାଯାଇଛି। ସେ ନେଇ ତନାଘନା ଚାଲିଛି। କୋଟପାଡ ପୋଲିସ ଓ  ଜୟପୁର ଜିଆରପି ଟିମ୍ ଘଟଣାସ୍ଥଳରେ ପହଞ୍ଚି  ଅନୁସନ୍ଧାନ ଆରମ୍ଭ କରିଛନ୍ତି।

You might also like