ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ

ବଲାଙ୍ଗିର : ବଲାଙ୍ଗିର ବେଲପଡ଼ା ନିକଟ ଡୁଙ୍ଗୁରିପାଲି ବିସ୍ଫୋରକ ଗୋଦାମରୁ ଲୁଟ୍ ଅଭିଯୋଗ। ସଂଘବଦ୍ଧ ଭାବେ କିଛି ଲୋକ ଚୋରି କରି କେଉଁଆଡେ ଫେରାର ହୋଇଯାଇଛନ୍ତି।ଏହି ବିସ୍ଫୋରକ ଚୋରି ପଛରେ ନକ୍ସଲଙ୍କ ହାତ ଥିବା ସନ୍ଦେହ କରାଯାଉଛି।  ଘଟଣାସ୍ଥଳରେ ପାଟଣାଗଡ଼ SDPO ଓ ବେଲପଡ଼ା IIC ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ୨୦ରୁ ୨୫ ସନ୍ଦିଗ୍ଧ ବ୍ୟକ୍ତି ଗୋଦାମରେ ଚଢ଼ାଉ କରିଥିଲେ। ଏଥି ସହିତ ଗୋଦାମର ୪ କର୍ମଚାରୀଙ୍କୁ ମାଡ଼ ମାରି ସିସିଟିଭି ଭାଙ୍ଗିଦେଇଥିଲେ। ପରେ ଗୋଦାମ ପାଖରେ ଥିବା ଏକ ମିନି ଟ୍ରକକୁ ନେଇ ପଳାଇଥିଲେ। ମିନି ଟ୍ରକରେ ଚୋରି ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ହୋଇ ରହିଥିବା ସୂଚନା ମିଳିଛି।

You might also like