ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ୩ ଜଣ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ରଡୁଆ ଗାଁର ୩ ଜଣ ଯୁବକ ବାହାନଗାରୁ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୨ଟା ବେଳେ ୬ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ।

knifeବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଭୁଜାଲିରେ ହାଣିଥିଲେ। ଏହାପରେ ସେମାନଙ୍କ ନିକଟରୁ ୧୦ ହଜାର ଟଙ୍କା, ମୋବାଇଲ୍, ଲାପଟପ୍‌ ଓ ମୋଟର ସାଇକେଲ୍ ଲୁଟି ନେଇଥିଲେ। ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ଯାତ୍ରା ଦେଖି ଫେରୁଥିବା ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like