ଶିମିଳିପାଳରୁ ସାତକୋଶିଅାକୁ ହାତୀ ସ୍ଥାନାନ୍ତରକୁ ବିରୋଧ

ବାରିପଦା: ଅାଜି ସକାଳୁ ଶିମିଳିପାଳରୁ୨ଟି ପୋଷା ହାତୀଙ୍କୁ ସାତକୋଶିଅା ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିଲା I ତେବେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସ୍ଥାନାନ୍ତର ହେଉଥିବା ଦୁଇଟି ପୋଷା ହାତୀକୁ ଅଟକାଇଛନ୍ତି I ଏଥିସହ ୧୮ନମ୍ବର ଜାତୀୟ ରାଜପଥର ମୁର୍ଗାବାଡି-ଗୋଲେଇ ଛକ ନିକରେ ରାସ୍ତାରୋକ କରିଛନ୍ତି I ଏଥିଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି I ପୋଷାହାତୀ ମହେନ୍ଦ୍ରର ବୟସ ୫୫ବର୍ଷ ହୋଇଥିବା ବେଳେ ଯୁବରାଜର ବୟସ ୧୫ବର୍ଷ I ଏମାନଙ୍କୁ ସାତକୋଶିଅାରେ ବାଘ ଟ୍ରାକିଂ ପାଇଁ ପଠାଯାଉଥିଲା I ପୂର୍ବରୁ ମଧ୍ୟ ହାତୀ ଦୁଇଟିକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିଲା I କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା I

You might also like