ମଦ ବିକ୍ରି ବିରୋଧରେ ତାତିଲେ ଲୋକେ
ବାଙ୍କୀ: ମଦ ବିକ୍ରିକୁ ବିରୋଧ କରି ତାତିଲେ ଲୋକେ। କଟକ ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁ ଛକ ଠାରେ ବ୍ୟାପକ ମଦ ବିକ୍ରିକୁ ବିରୋଧ କରି ଗ୍ରାମବାସୀ ଟାୟାର ଜାଳି କଟକ-ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ଘଟଣାସ୍ଥଳରେ ବାଙ୍କୀ ପୁଲିସ୍ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ମଦ କାରବାର ବେଧଡକ ଭାବେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି।
ବାଙ୍କୀ: ମଦ ବିକ୍ରି ବିରୋଧରେ ତେଜିଲେ କରବର ଗ୍ରାମବାସୀ; ଟାୟାର ଜାଳି କଟକ-ବାଙ୍କୀ ମୁଖ୍ୟ ରାସ୍ତା ଅବରୋଧ, ଗମନାଗମନ ବାଧାପ୍ରାପ୍ତ #Odisha pic.twitter.com/eG2j4Xvfe9
— ଓଟିଭି (@otvkhabar) 30 August 2018