ପଥଚାରୀଙ୍କ ଉପରେ ମାଡ଼ିଗଲା ବସ୍‌

ଭବାନୀପାଟଣା: ଭବାନୀପାଟଣା ଚାଞ୍ଚେର ନିକଟରରେ ବସ୍ ଧକ୍କାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ NH-26 ଅବରୋଧ କରିଛନ୍ତି।

ସୂଚନା ଅନୁସାରେ, ଗତ ରାତିରେ ଚାଞ୍ଚେର ନିକଟରେ ଜଣେ ପଥଚାରୀଙ୍କ ଉପରେ ବସ୍ ମାଡ଼ି ଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ବୋରିଗୁମ୍ମା-ବରଗଡ଼ ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

You might also like