ସାଂସଦଙ୍କ ପୂର୍ବରୁ ପ୍ରକଳ୍ପ ଉଦ୍ଘାଟନ କଲେ ବ୍ଲକ ଉପାଧ୍ୟକ୍ଷ
ସାଲେପୁର: ସାଂସଦଙ୍କ ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ବ୍ଲକ୍ ଉପାଧ୍ୟକ୍ଷ। କଟକ ଜିଲ୍ଲା ସାଲେପୁର ବ୍ଲକ୍ ମହାଜନପୁରରେ ସାଂସଦ ପାଣ୍ଠି ବିନିଯୋଗରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ଏହାକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆସନ୍ତାକାଲି ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରଖାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଆଜି ପାଣି ଟାଙ୍କିର ଉଦ୍ଘାଟନ କରିଛନ୍ତି ସାଲେପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା।
ତେବେ ଏଭଳି ବ୍ୟତିକ୍ରମ କିପରି ହେଲା ବୋଲି ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ‘କାଲି ସାଂସଦ ଉଦ୍ଘାଟନ କରିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳର ଆବଶ୍ୟକତା ଥିବାରୁ ପ୍ରକଳ୍ପର ଉଦ୍ଘାଟନ କଲୁ।’