ତେଜିଲା କୃଷିଋଣ ଛାଡ଼ ରାଜନୀତି: ଅକଳରେ ରାଜ୍ୟ ସରକାର

ଭୁବନେଶ୍ୱର: ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ପରେ ଏବେ କର୍ଣ୍ଣାଟକ। ଗୋଟିକ ପରେ ଗୋଟିଏ ରାଜ୍ୟ କୃଷିଋଣ ଛାଡ଼ କରିବା ପରେ ଦୋଛକିରେ ପଡ଼ିଛି ରାଜ୍ୟ ସରକାର। ଗୋଟିଏ ପଟେ ଭୋଟ ଚିନ୍ତା, ଅନ୍ୟପଟେ ଆର୍ଥିକ ବୋଝର ଚ୍ୟାଲେଞ୍ଜ। ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନ ପାଇଁ ଏବେଠୁ ଚାଷୀ କାର୍ଡ ଖେଳିଛନ୍ତି ବିଜେପି ଓ କଂଗ୍ରେସ। କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ଉଭୟ ଦଳ ଘୋଷଣା କରିବା ପରେ  ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ରାଜ୍ୟ ସରକାର।vlcsnap-error518

ଗତବର୍ଷ  ଏପ୍ରିଲ୍ ୫ରେ କୃଷିଋଣ ଛାଡ ନେଇ ଅନୁଧ୍ୟାନ କରାଯାଉଥିବା କଥା ମୁଖ୍ୟମନ୍ତ୍ରୀ କହିଥିଲେ ମଧ୍ୟ ତାପରଠୁ ଚୁପ୍ ବସିଥିଲେ ରାଜ୍ୟ ସରକାର। ସେପଟେ କୃଷି ଋଣ ଛାଡ଼ ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ସମବାୟ ମନ୍ତ୍ରୀ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ। ସେହିପରି କୃଷି ଋଣ ଛାଡ଼ ନେଇ ଜାତୀୟ ନୀତି ପ୍ରଣୟନ ଲାଗି ନୀତି ଆୟୋଗ ବୈଠକରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ବିଜେପି ଓ କଂଗ୍ରେସ କୃଷିଋଣ କାର୍ଡ ଖେଳିବା ପରେ ଚାପରେ ପଡି କଥା ବାଆଁରେଇଛନ୍ତି ସମବାୟ ମନ୍ତ୍ରୀ।vlcsnap-error164

ହିସାବ ଅନୁସାରେ, ଯଦି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣଛାଡ଼ ହୁଏ। ତେବେ ଋଣ କରିଥିବା ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୬ ହଜାର କୋଟି ଟଙ୍କା। ଯଦି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ କରାଯାଏ ତେବେ ସରକାରଙ୍କ ଉପରେ ୧୦ରୁ ୧୫ ହଜାର କୋଟି ଟଙ୍କା ବୋଝ ପଡ଼ିବ। ଏତେ ପରିମାଣର ଆର୍ଥିକ ବୋଝ ମୁଣ୍ଡାଇବା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଂଞ୍ଜ ହେବ। ଏପଟେ କୃଷି ଋଣକୁ ନେଇ ସରକାର ଅକଳରେ ପଡିଥିବା ବେଳେ ଲୋନ୍ ଏହାକୁ ନେଇ ଚାଷୀ ସେମାନଙ୍କ ଦାବିକୁ ଜୋରଦାର୍ କରିଛନ୍ତି।vlcsnap-error120

ଏହାରି ଭିତରେ ରାଜ୍ୟ ସରକାର ଏବେ କୃଷି ଋଣ ଛାଡ଼ କରିବେ ନା ବିରୋଧୀଙ୍କ ଭଳି ଏହାକୁ ଏଜେଣ୍ଡାରେ ରଖି ନିର୍ବାଚନୀ ବୈତରଣୀ ପାର ହେବାକୁ ଚେଷ୍ଟା କରିବେ, ତା’ ଉପରେ ରହିଛି ନଜର।

You might also like