ମାଛ ବେଉସା ଛାଡି ପାଲଟିଛନ୍ତି ଦିନ ମଜୁରିଆ

ଭୁବନେଶ୍ୱର: ପୁରୀ ଜିଲ୍ଲାର ମତ୍ସ୍ୟଜୀବୀ ଏବେ ସଙ୍କଟରେ।  କାରଣ ସାମୁଦ୍ରିକ ମତ୍ସ୍ୟସଂପଦ ଏବେ ଦୃତଗତିରେ ହ୍ରାସ ପାଇବାରେ ଲାଗିଛି।  ଅବସ୍ଥା ଏପରି ଯେ ସମୁଦ୍ରର ୧୦ କିଲୋମିଟର ଯାଏଁ ପର୍ଯ୍ୟାପ୍ତ ମାଛ ହେଉନାହାନ୍ତି  ଯାହାକୁ ନେଇ ଚିନ୍ତାରେ ୮୧ଟି ଗାଁର ୨୧ ହଜାର ମତ୍ସ୍ୟଜୀବୀ। ପରିବାରର  ମାଛ ବେଉସା ଛାଡ଼ି ଦିନ ମଜୁରିଆ କାମ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି।

ଅସ୍ୱାଭାବିକ ଭାବେ ହ୍ରାସ ପାଉଛି ସାମୁଦ୍ରିକ ମତ୍ସ୍ୟ। ପୂର୍ବରୁ ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ଦେଖିବାକୁ ମିଳୁଥିଲା ୨୦୦ ପ୍ରକାରରୁ ଅଧିକ ମାଛ କିନ୍ତୁ ଏବେ ଏହି ସଂଖ୍ୟା ୬୦କୁ ଖସି ଆସିଛି। ଇଲିଶି, କଣି, ବିଜିରାମ, କାଟମେଟା, ପାମ୍ପଲେଟ୍, କଣ୍ଟିଆ ଓ ସାଙ୍କୁଚ ଭଳି ମାଛ ଆଉ ଆଗ ଭଳି ଦେଖା ଯାଉନାହାନ୍ତି। ସମୁଦ୍ରର ୧୦ କିଲୋମିଟର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମାଛ ହେଉନାହାନ୍ତି ଫଳରେ ମାଛ ମାରିବାକୁ ନ ଯାଇ ଠିଆ ହୋଇ ରହିଛି ଟ୍ରଲର ଓ ହଜାର ହଜାର ଡଙ୍ଗା। ଯାହାକୁ ନେଇ ମତ୍ସ୍ୟଜୀବୀ ଚିନ୍ତାରେ।

ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ଓ ଗୋପ ଭଳି ୬ଟି ବ୍ଲକର ୮୧ ଗାଁର ୨୧ ହଜାର ପରିବାର ପ୍ରତ୍ୟକ୍ଷ ଭାବେ ମାଛ ବେଉସା ଉପରେ ନିର୍ଭରଶୀଳ କିନ୍ତୁ ଏବେ ସେମାନେ ମାଛ ବେଉସା ଛାଡ଼ି ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି।

କେବଳ ମାଛ ସଂଖ୍ୟା ଯେ ହ୍ରାସ ପାଉଛି ତାହା ନୁହେଁ ମାଛ ମଡ଼କ ବି ଦେଖାଯାଉଛି। ଶହ ଶହ ସଂଖ୍ୟାରେ ସମୁଦ୍ର କୂଳରେ ମାଛ ମରି ପଡୁଛନ୍ତି। ଏଥିପାଇଁ ବଡ଼ ବଡ଼ ଟ୍ରଲରକୁ ଦାୟୀ କରିଛନ୍ତି ମତ୍ସ୍ୟଜୀବୀ। ସେହିପରି ପରିବେଶବିତ୍ ପାଣିର ସ୍ରୋତ, ପ୍ରଦୂଷଣ ଓ ଖାଦ୍ୟ ଅଭାବକୁ ମତ୍ସ୍ୟ ଉତ୍ପାଦନ ହ୍ରାସର କାରଣ ଥାଇପାରେ ବୋଲି କହିଛନ୍ତି।

ସେପଟେ ଖୁବଶୀଘ୍ର ସେଣ୍ଟର ଫର୍ ମାରାଇନ୍ ଫିସିଙ୍ଗ ରିସର୍ଚ ଇନଷ୍ଟିଚ୍ୟୁଟ୍ କାରଣ ଖୋଜିବ ବୋଲି କହିଛନ୍ତି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ। ତେବେ କାରଣ ଯାହା ଥାଉନା କାହିଁକି ସରକାର ତୁରନ୍ତ ପଦକ୍ଷେପ ନ ନେଲେ ମତ୍ସ୍ୟଜୀବୀ ପରିବାର ଉପରେ ଗଭୀର ପ୍ରଭାବ ପକାଇବ।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like