ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ : ଲିଟିଲ ମିସ୍ ଗାଲାକ୍ସି ୱାର୍ଲଡ଼ ଟାଇଟଲ କଲେ ହାସଲ

ସମ୍ବଲପୁର : ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁର ଝିଅଙ୍କ କମାଲ। ଆଗରୁ ମିସ୍‌ ସମ୍ବଲପୁର ଓ ମିସ୍‌ ବେଙ୍ଗାଲୁରରେ ସଫଳତା ପାଇବା ପରେ ବୁଲଗେରିଆରେ ଆୟୋଜିତ ହୋଇଥିବା ଲିଟିଲ ମିସ୍‌ ଗାଲାକ୍ସି ଭାବେ ସଫଳତା ଲାଭ କରିଛନ୍ତି ସମ୍ବଲପୁରର ଅର୍ପିତା ବେହେରା। ଆଜି ସମ୍ବଲପୁରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କୁ ସମ୍ବର୍ଦ୍ଧନା ପାଇଁ ତାଙ୍କ ସ୍କୁଲର ବହୁ ଛାତ୍ରଛାତ୍ରୀ ଆଜି ରେଳ ଷ୍ଟେଶନକୁ ଆସିଥିଲେ।

ତାଙ୍କୁ ଫୁଲତୋଡ଼ା ଦେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ବସାଇ ସ୍ୱାଗତ ପାଇଁ ସ୍କୁଲକୁ ପାଛୋଟି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅର୍ପିତାଙ୍କ ବାପା ମା’ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ, ଲିଟିଲ ମିସ୍‌ ଗାଲାକ୍ସି ପ୍ରତିଯାଗିତାରେ ୩୭ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ବିଜୟମୁକୁଟ ପିନ୍ଧିଥିଲେ ଅର୍ପିତା। ସମ୍ବଲପୁରର ରାଜେଶ କୁମାର ବେହେରା ଓ ସ୍ତ୍ରୀ ବୀଣା ବେହେରାଙ୍କ ଝିଅ ହେଉଛନ୍ତି ଅର୍ପିତା ବେହେରା। ତାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ  ମା’ ଶିକ୍ଷୟିତ୍ରୀ । ସମ୍ବଲପୁର ସେଣ୍ଟ ଯୋଶେଫ କନଭେଣ୍ଟ ସ୍କୁଲର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଅର୍ପିତା  ଜଣେ ଭଲ ଫଟୋଗ୍ରାଫି ଓ ଚିତ୍ରକର ମଧ୍ୟ। ଅର୍ପିତାଙ୍କ ଏହି ସଫଳତାରେ ପରିବାରର ଖୁସିର ଲହରୀ ଖେଳିଯାଇଛି।

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like